Welcome
ପଶ୍ଚିମ ଓଡ଼ିଶାରୁ ପ୍ରକାଶ ପାଉଥିବା ଏକମାତ୍ର ନିର୍ଭର ଯୋଗ୍ୟ ଦୈନିକ ଖବର କାଗଜ
୧୯୮୮ ରୁ ଜନମୁଖ ସମ୍ବଲପୁରରୁ ପ୍ରକାଶ ପାଉଥିବା ଏକମାତ୍ର ନିର୍ଭର ଯୋଗ୍ୟ ଦୈନିକ ଖବର କାଗଜର ନିଜସ୍ଵ ୱେବ୍ ସାଇଟ jananukha dot com
୧୯୮୮ ରୁ ଜନମୁଖ ସମ୍ବଲପୁରରୁ ପ୍ରକାଶ ପାଉଥିବା ଏକମାତ୍ର ନିର୍ଭର ଯୋଗ୍ୟ ଦୈନିକ ଖବର କାଗଜର ନିଜସ୍ଵ ୱେବ୍ ସାଇଟ jananukha dot com
At Janamukha epaper, we strive to provide businesses with the most effective newspaper advertising solutions to help increase their brand recognition and revenue.
ଆଙ୍କର: ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ବଣିପାହାଡ଼ ନିକଟ ପଡିଆରେ ଏକ କାରରୁ ବାପା, ମା ଏବଂ ନାବାଳିକା ଝିଅର ମୃତଦେହ ଠାଵ ହୋଇଛି l ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି l ପୋଲିସ ଘଟଣା ସ୍ଥଳକୁ ପହଂଚି ତଦନ୍ତ ଆରମ୍ଭ କରିଛି l ମୃତକମାନେ ଓରିଏଣ୍ଟ ଥାନା ଅଂଚଳ କାଳୀନଗର ର ସୁଜିତ ରାୟ(37), ସ୍ତ୍ରୀ ଖୁସବୁ ରାୟ(28), ଏବଂ ଝିଅ ଅର୍ପିତା ରାୟ(12) ବୋଲି ଜଣାପଡିଛି l ସମସ୍ତ ମୃତକଙ୍କ ମୁଣ୍ଡରେ ଗୁଳି ବାଜିଥିବା ଚି଼ହ୍ନ ରହିଛି l ଏବଂ କାରରେ ମଧ୍ୟ ଗୁଳି ଦାଗ ରହିଛି l ବାପା ସୁଜିତ ରାୟ ସ୍ତ୍ରୀ ଏବଂ ଛୁଆ କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଥିବାନେଇ ପ୍ରାଥମିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି l କାର, ଏବଂ ବନ୍ଧୁକ କୁ ପୋଲିସ ଜବତ କରିଛି l ସାଇଣ୍ଟିଫିକ ଟିମ ଉପସ୍ଥିତରେ ସବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି l
We work closely with our clients to understand their unique needs and develop a customized advertising plan that will help them achieve their goals. Our team will handle everything from ad design to placement to ensure a seamless and stress-free experience.
Our targeted advertising options allow you to reach your desired audience with precision. We can help you target by location, demographics, interests, and more.
Our team of experts is always available to offer advice and guidance on your advertising campaigns. We have years of experience in the industry and can help you achieve your goals.
ବିଜେଡ଼ି ଦଳର ଷ୍ଟାର ପ୍ରଚାରକ ତଥା ୫-ଟି ଅଧ୍ଯକ୍ଷ ଭି.କେ.ପାଣ୍ଡିଆନ ବରଗଡ ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ତୋଫାନି ଗସ୍ତ କରି ପ୍ରାର୍ଥୀ ମାନଙ୍କ ପାଇଁ ପ୍ରଚାର କରିଛନ୍ତି।ପଦ୍ମପୁର ନିର୍ବାଚନ ମଣ୍ଡଳୀ ପଦ୍ମପୁର ଅଶୋକ ପଡିଆରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ ସଭାରେ ରେ ମୁଖ୍ୟ ପ୍ରଚାରକ ଭାବରେ ଯୋଗଦେଇ ନବୀନ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ନାଁ ନ ନେଇ ହାଇକୋର୍ଟରେ କେଶ କରିକି ପଦ୍ମପୁର ଜିଲ୍ଲା ବନ୍ଦ କରିବା ପଛରେ ବିଜେପି ର ଜଣେ ପ୍ରାର୍ଥୀ ଙ୍କ ହାତ ଅଛି ବୋଲି କହିଥିଲେ ଓ ପଦ୍ମପୁର ଜିଲ୍ଲା ହେବ, ହାଇକୋର୍ଟ, ସୁପ୍ରିମକୋର୍ଟ ସବୁ ଜାଗା ରେ ନବୀନ ବାବୁ ଲଢ଼ିବେ, ଆପଣଙ୍କର କଥା ରଖିବା ପାଇଁ ଲଢ଼ିବେ ଓ ଜିଲ୍ଲା କରିବେ । କେନ୍ଦ୍ର ସରକାର ଙ୍କୁ ଟାର୍ଗେଟ କରି ସେମାନେ ଗତ ଉପ ନିର୍ବାଚନ ସମୟରେ ପଦ୍ମପୁର ରେ ରେଳ ଚାଲିବ ବୋଲି କହିଥିଲେ ରେଳ ଚାଲିଲା ନାହିଁ, ହେଲେ ସେମାନେ ଲୋକଙ୍କୁ ଠକି ଦେଇଛନ୍ତି ବୋଲି କହିଥିଲେ।ଖାଲି ସେତିକି ନୁହେଁ, ମା ସମ୍ମାନ,ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା
ପର୍ଯ୍ୟନ୍ତ ବିନା ସୁଧରେ ଋଣ ତଥା ଅନ୍ୟ ଅନେକ ଜନହିତକର ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ। ଡବଲ ଇଞ୍ଜିନ ସରକାର ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ
ଯୋଜନା ବନ୍ଦ ହୋଇଯିବ ବୋଲି ଆଶଙ୍କା ପ୍ରକାଶ କରିଥିଲେ। ସଭାରେ ଶ୍ରୀ ପାଣ୍ଡିଆନଙ୍କ ସମେତ
ବରଗଡ ଲୋକସଭା ପ୍ରାର୍ଥୀନୀ ପରିଣୀତା ମିଶ୍ର ଓ ପଦ୍ମପୁର ବିଧାୟିକା ପ୍ରାର୍ଥୀନୀ ବର୍ଷା ସିଂ
ବରିହା ଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ପାଇଁ ନିବେଦନ କରିଥିଲେ। ପୂର୍ବରୁ ସଭାରେ ସାଂସଦ ପ୍ରାର୍ଥୀନୀ ଓ ବିଧାୟିକା ପ୍ରାର୍ଥୀନୀ ମଧ୍ୟ ଉଦବୋଧନ ଦେଇଥିଲେ । ସେହିପରି ବିଜେପୁରରେ,ସୋହେଳରେ ମଧ୍ଯ ସଧାରଣ ସଭାରେ ଉଦବୋଧନ ଦେଇଥିଲେ । ବରଗଡ଼ ଠାରେ ରୋଡ ସୋ କରି ବିଜେଡିର ପ୍ରଚାର କରିଥିଲେ।
Our clients have seen proven results with our advertising services. We've helped businesses increase their ROI, drive sales, and achieve their goals.
01/14
We understand that every business has unique needs. That's why we offer customized advertising solutions tailored to your specific goals and budget.
Our targeted advertising options allow you to reach your desired audience with precision. We can help you target by location, demographics, interests, and more.
Our platform allows you to track the success of your advertising campaigns in real-time. You can monitor your ad spend, conversions, and other important metrics to optimize your results.
Our team of experts is always available to offer advice and guidance on your advertising campaigns. We have years of experience in the industry and can help you achieve your goals.
We offer competitive pricing for all types of businesses. Our pricing model is designed to give you the most value for your money.
Our clients have seen proven results with our advertising services. We've helped businesses increase their ROI, drive sales, and achieve their goals.
We love our customers, so feel free to visit during normal business hours.
Open today | 09:00 am – 05:00 pm |
Janamukha epaper
We offer competitive pricing for all types of businesses. Our pricing model is designed to give you the most value for your money.
Our team of experts is always available to offer advice and guidance on your advertising campaigns. We have years of experience in the industry and can help you achieve your goals.
When you advertise with Janamukha epaper, you can increase your brand's visibility and awareness. We offer a range of advertising options to suit your needs and budget.
Our platform is user-friendly and easy to use. You can create, manage, and track your advertising campaigns all in one place.
Our clients have seen proven results with our advertising services. We have helped businesses of all sizes achieve their goals and increase their ROI.
Our team of experts can craft attention-grabbing newspaper ads that will help you reach your target audience and increase your sales.
We offer competitive rates for newspaper advertising, so you can get more bang for your buck.
We work closely with our clients to develop customized advertising plans that meet their unique needs and goals.
We can help you reach local and national audiences through our network of newspapers and media partners.
We provide detailed reports and analytics to help you track the success of your newspaper advertising campaigns.
Our team of advertising experts is always here to provide advice and support to help you get the most out of your advertising campaigns.
With our expertise in newspaper advertising, we can help you target the right audience for your business and increase your chances of success.
ବରପାଲି ଉତ୍କଳ ଗ୍ରାମ୍ୟ ବେଙ୍କ ର 9 ଲକ୍ଷ ଡକାୟତି ମାମଲା ର ମୁଖ୍ୟ ଅଭିଯୁକ୍ତ ଧରା ପଡ଼ିଲାବରପାଲି ଉତ୍କଳ ଗ୍ରାମ୍ୟ ବେଙ୍କ ର 9 ଲକ୍ଷ ଡକାୟତି ମାମଲା ର ମୁଖ୍ୟ ଅଭିଯୁକ୍ତ ଧରା ପଡ଼ିଲା
Our marketing strategies are designed to help businesses like yours grow and succeed in today's competitive market.
We have a proven track record of success, with many satisfied clients who have seen significant growth and success through our newspaper advertising campaigns.
We pride ourselves on providing personalized service and support to each of our clients, ensuring that their unique needs and goals are always met.
We believe in offering affordable rates for our services, so that businesses of all sizes can benefit from our expertise and experience.
If customers can’t find it, it doesn’t exist. Clearly list and describe the services you offer. Also, be sure to showcase a premium service.
ଭାଉଜକୁ ନିର୍ମମ ଭାବେ ହାଣି ହତ୍ୟାକଲା ଦିଅର
ବୌଦ୍ଧ:(ଜନମୁଖ) ଘରୋଇ କଳହକୁ କେନ୍ଦ୍ରକରି ଭାଉଜକୁ ନିର୍ମମ ଭାବେ ହତ୍ୟାକଲା ଦିଅର l ବୌଦ୍ଧ ଜିଲ୍ଲା ମନମୁଣ୍ଡାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା l ମୃତକ ହେଲେ ସୁଭାଷିନୀ ସାହୁ l ଘରୋଇ କଳହକୁ କେନ୍ଦ୍ରକରି ବଲ୍ଲଭ ସାହୁ ନାମକ ବ୍ୟକ୍ତି ନିଜ ବଡଭାଇ ଧୃବଚରଣ ସାହୁଙ୍କ ଦ୍ୱିତୀୟ ପତ୍ନୀ ସୁଭାଷିନୀ ସାହୁଙ୍କୁ ଘର ଭିତରେ ଏକ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହାଣି ହତ୍ୟାକରିଛି l ହତ୍ୟା ପରେ ବଲ୍ଲଭ ମନମୁଣ୍ଡା ଥାନାକୁ ଆସି ଆତ୍ମ ସମର୍ପଣ କରିଛି l ପୋଲିସ ଅଭିଯୁକ୍ତକୁ ଗିରଫକରି ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଜନମୁଖ ନ୍ୟୁଜ୍ଫକିରମୋହନ ତେଲକୋଇ ରୁ ଓ ମୂରଲୀ ଶର୍ମା ଚମ୍ପୁଆ ରୁ ହେଲେ ବିଜେପି ପ୍ରାର୍ଥୀ
କେନ୍ଦୁଝର, ୨୭ା୪ ଶନିବାର ଚମ୍ପୁଆ ଓ ତେଲକୋଇ ନିର୍ବାଚନ ମଣ୍ପ ଘୋଷଣା କର କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛି । ଭାଜପା ଦଳ ଚମ୍ପୁଆ ନିର୍ବାଚନ ମଣ୍ଡଳୀ ପାଇଁ ଡକ୍ଟର ମୂରଲୀ ଶର୍ମାଙ୍କ ଉପରେ ପୁଣି ଥରେ ଭରସା ରଖି ପ୍ରାର୍ଥୀ ଘୋଷଣା କରିଛି । ମୂରଲୀ ପୂର୍ବରୁ ନିର୍ବାଚନ ଲଢିଥିବା ବେଳେ ୨୦୧୯ ମସିହାରେ ଦଳର ପ୍ରାର୍ଥୀ ହୋଇ କଡଡା ମୁକାବିଲା କରିଥିଲେ । ତାଙ୍କ ନାମ ଘୋଷଣା ପରେ ଭାଜପା ଶିବିର ଓ ତାଙ୍କ ସମର୍ଥକ ଙ୍କ ମଧ୍ୟରେ ଖୁସି ଖେଳିଯାଇଛି। ବିଜେଡି ଜଣେ ଟାଣୁଆ ନେତା ପୂର୍ବତନ ବିଧାୟକ ସନାତନ ମହାକୁଡ ଓ କଂଗ୍ରେସ ଜଣେ ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂ ଲାଗୁରୀ ସହିତ ତାଙ୍କର କଡା ମୁକାବିଲା ହେବ। ସେହିପରି ଭାଜପା ଦଳ ତେଲକୋଇ ନିର୍ବାଚନ ମଣ୍ଡଳୀ ରେ ଡାକ୍ତର ଫକୀରମୋହନ ନାୟକ ଙ୍କୁ ପ୍ରାର୍ଥୀ ଘୋଷଣା କରିଛି । କିଛି ମାସ ତଳେ ସେ ଡାକ୍ତର ଚାକିରୀ ଛାଡି ଭାଜପାରେ ଯୋଗଦେଇ ଗାଁ ଗଣ୍ଡା ବୁଲି ଲୋକଙ୍କ ସେବା କରିବା ସହ ନିଜର ସମର୍ଥନ ସଂଗ୍ରହ କରିଆସୁଥିଲେ । ଡାକ୍ତର ନାୟକ ପୂର୍ବରୁ କଂଗ୍ରେସ ଟିକଟ ରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିଲେ । ବିଜେଡି ଛାଡି ବିଧାୟକ ପ୍ରେମାନନ୍ଦ ନାୟକ, ପୂର୍ବତନ ବିଧାୟକ ବେଦବ୍ୟାସ ନାୟକ ଭାଜପାରେ ଯୋଗ ଦେବା ଫଳରେ କିଏ ଟିକଟ ପାଇବ ସେ ନେଇ ନା ନା କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା । ବିଜେଡି ର ଜିଲା ଜଣେ ମୁଖ୍ୟ ସଂଗଠକ ତଥା ପୂର୍ବତନ ସାଂସଦ ମାଧବ ସର୍ଦ୍ଦାର ଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଜଣେ ନବାଗତ ତଥା ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ନାୟକଙ୍କୁ ପୁଅ ନିର୍ମଳ ନାୟକ ଙ୍କୁ ପ୍ରାର୍ଥୀ କରିଛି । ଫଳରେ ଏଠାରେ ତ୍ରିମୁଖୀ ଲଢେଇ ହେବାକୁ ଯାଉଛି ।
କେନ୍ଦୁଝର ପୁଲିସକୁ ବଡ଼ ସଫଳତା, ଏକାଧିକ ଡକାୟତ ଘଟଣାର ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ଗିରଫ
କେନ୍ଦୁଝର ସଦର,୨୭।୪(ନି. ପ୍ର): -କେନ୍ଦୁଝର ଜିଲା ପୁଲିସକୁ ଶନିବାର ଏକ ବଡ଼ ସଫଳତା ମିଳିଛି। କେନ୍ଦୁଝର ଜିଲାର ବିଭିନ୍ନ ଥାନା ଏବଂ ରାଉରକେଲା, ଢେଙ୍କାନାଳ, ସମ୍ବଲପୁର ପ୍ରଭୃତି ଜିଲାରେ ୨୮ ଗୋଟି ବଡ଼ ଡ଼କାୟତି ଘଟଣା ରେ ସମ୍ପୃକ୍ତ ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର (୨୩)କୁ ପୁଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଗତବର୍ଷ ଅକ୍ଟୋବର ମାସ ୧୮ ତାରିଖରେ ଗିରଫ ଡ଼କାୟତ ଦାଶରଥି ଧୀବର ଙ୍କ ନେତୃତ୍ୱରେ ୬ ଜଣ ଡ଼କାୟତ ନୟାକୋଟ ଥାନା ଅଞ୍ଚଳ ଫୁଲଝର ସ୍ଥିତ ସ୍ୱପ୍ନେଶ୍ଵର ଫିଲିଙ୍ଗ ଷ୍ଟେସନରେ ମଧ୍ୟ ରାତିରେ ବନ୍ଧୁକ ମୁନ ରେ ଡରାଇବା ସହିତ ସେଠାରେ ସଟର ଭାଙ୍ଗି ନଗଦ ୪ଲକ୍ଷ ଟଙ୍କା ଏବଂ ଲାପଟପ ସମେତ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିଲେ। ଏହି ମାମଲା ଆଧାରରେ ପୁଲିସ ସ୍ୱତନ୍ତ୍ର ଟିମ ଗଠନ କରି ପୂର୍ବରୁ ୧୬।୧୧।୨୦୨୪ରେ ୫ଜଣ ଡକାୟତଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିଲେ । କିନ୍ତୁ ଏହି ଡକାୟତି ସମେତ ବିଭିନ୍ନ ଜିଲାରେ ୨୮ ଡକାୟତୀ ଘଟଣାର ମାଷ୍ଟର ମାଇଣ୍ଡ ଦାଶରଥୀ ଧୀବର ଫେରାର ଥିଲା। କେନ୍ଦୁଝର ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶରେ ଗଠିତ ଏକ ଟିମ ଶେଷରେ ଶନିବାର ଡ଼କାୟତ ସର୍ଦ୍ଦାର କୁ ଗିରଫ କରିବାରେ ସଫଳ ହୋଇଛି।
ଡ଼କାୟତ ସର୍ଦ୍ଦାର ଦଶରଥୀଙ୍କ ଘର ବାମେବାରୀ ଥାନା ଅନ୍ତର୍ଗତ ଧନୁର୍ଜୟପୁର ବୋଲି ସୂଚନା ଦେଇଛନ୍ତି। ତା ନାମରେ କେନ୍ଦୁଝର ଜିଲାର ବିଭିନ୍ନ ଥାନାରେ ୨୦ଟି, ରାଉରକେଲାରେ ୬ଟି, ଢେଙ୍କାନାଳ ଜିଲାରେ ୧ଟି ଏବଂ ସମ୍ବଲପୁରରେ ୧ ଡ଼କାୟତି ମାମଲା ରେ ସମ୍ପୃକ୍ତ ଥିବା ପୁଲିସ ସୂଚନା ଦେଇଛି।ଗିରଫ ଡ଼କାୟତ ପାଖରୁ ଗୋଟିଏ ପିସ୍ତଲ,୧ ଖୁକରୀ, ସୁନା ରୁପା ଅଳଙ୍କାର,ବୋଲେରୋ ଗାଡି ଓ ବାଇକ ଜବତ କରାଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଲେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦିଲ୍ଲୀପ ନାୟକ। ଏହି ସାମ୍ବାଦିକ ସମ୍ମିଳନୀ ରେ ଶ୍ରୀ ନାୟକ ଙ୍କ ବ୍ୟତୀତ ସଦର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ରନାଥ ମୁର୍ମୁ ଏବଂ ନୟାକଟ ଥାନା ଅଧିକାରୀ ଅବିନାଶ ପରିଡା ମଧ୍ୟ ଉପସ୍ଥିତ ଥିଲେ।
କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିର ବିଶାଳ ମିଶ୍ରଣ ପର୍ବରେ ଶତାଧିକ ଲୋକଙ୍କ ଯୋଗଦାନ
*ସମ୍ବଲପୁରରୁ ‘ଓଡ଼ିଶା ପରିବର୍ତ୍ତନ’ର ପଦଧ୍ୱନୀ ଆରମ୍ଭ ହୋଇଛି - ଧର୍ମେନ୍ଦ୍ର ପ୍ରଧାନ*
• ନିର୍ବାଚନର ମହାସଂଗ୍ରାମରେ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ
• ବିଶିଷ୍ଟ ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ନେତୃତ୍ୱରେ ଶହଶ୍ରାଧିକ ଲୋକମାନେ ବିଜେପିରେ ଯୋଗଦେଲେ
• ସମ୍ବଲପୁର ସହରରେ ବିଶୁଦ୍ଧ ପାନୀୟ ଜଳ ନାହିଁ, କୃଷି, ଜଳଚେସନରେ ଅବ୍ୟବସ୍ଥା ଦେଖାଯାଇଛି, ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି
• ଦେଶରେ ତୃତୀୟ ଥର ପାଇଁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ଆହ୍ୱାନ ଦେଲେ ବିରୋଧୀ ଦଳ ନେତା
ସମ୍ବଲପୁର ତା.୨୧/୪ - ବିଜେପି ପକ୍ଷରୁ ଆଜି ଅଇଁଠାପାଲିର ବିର୍ସା ମୁଣ୍ଡା ମୈଦାନ ଠାରେ ଏକ ବିଶାଳ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ବିଶିଷ୍ଟ ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ନେତୃତ୍ୱରେ ଶତାଧିକ ଲୋକମାନେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଜିଲ୍ଲା ସଭାପତିଙ୍କ ସଭାପତିତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାଉରୀ ନାୟକ, ବ୍ରହ୍ମଗିରି ବିଧାୟକ ଶ୍ରୀଯୁକ୍ତ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଯୋଗ ଦେଇ ନୂତନ ଭାବେ ଯୋଗ ଦେଇଥିବା ସଦସ୍ୟ ସଦସ୍ୟାଙ୍କୁ ଦଳରେ ସ୍ୱାଗତ କରିଥିଲେ ।
ସଭାସ୍ଥଳରେ ଉପସ୍ଥିତ ଦଳୀୟ କର୍ମୀ ଓ ସମର୍ଥକଙ୍କୁ ଦେଇଥିବା ନିଜର ଉଦବୋଧନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୀର୍ଘ ୨୫ ବର୍ଷ ଶାସନରେ ରହିବା ପରେ ମଧ୍ୟ ରାଜ୍ୟ ସରକାର ସମ୍ବଲପୁରର ବିକାଶ କରିନାହାନ୍ତି । ଏହା ବିରୋଧରେ ରାଜ୍ୟବ୍ୟାପୀ ଜନଆକ୍ରୋଶ ଦେଖାଯାଉଥିବା ବେଳେ ସମ୍ବଲପୁରରୁ ‘ଓଡ଼ିଶା ପରିବର୍ତ୍ତନ’ର ପଦଧ୍ୱନୀ ଆରମ୍ଭ ହୋଇଛି । ସେ କହିଛନ୍ତି ରାଜ୍ୟରେ ଦୀର୍ଘ ୨୫ ବର୍ଷ ଗୋଟିଏ ସରକାର କ୍ଷମତାରେ ପରେ ମଧ୍ୟ ସମ୍ବଲପୁର ସହରରେ ରାସ୍ତାଘାଟ ଶୋଚନୀୟ । ବିଶୁଦ୍ଧ ପାନୀୟ ଜଳ ନାହିଁ । କୃଷି, ଜଳଚେସନରେ ଅବ୍ୟବସ୍ଥା ଦେଖାଯାଇଛି । ଯୁବକଙ୍କ ପାଇଁ ରୋଜଗାର ନାହିଁ । ଶିକ୍ଷା ବ୍ୟବସ୍ଥା ଭୁଷୁଡି ପଡିଛି । କଂଗ୍ରେସ ସରକାର ଶେଷ ୧୦ ବର୍ଷରେ ୩ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଥିବା ବେଳେ ମୋଦି ସରକାର ଏବେ ସୁଦ୍ଧା ଓଡ଼ିଶା ପ୍ରତି ୧୮ ଲକ୍ଷ କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟ ସରକାର ସମ୍ବଲପୁରର ବିକାଶ କରିବାରେ ବିଫଳ ହୋଇଛନ୍ତି ।
ସେ କହିଛନ୍ତି ଏହି ସବୁ ସମସ୍ୟାର ସମାଧାନ ପାଇଁ ଓଡ଼ିଶାରେ ଏକ ଦୃଢ ସରକାର ଗଠନ କରିବା ପାଇଁ ପଡିବ । ମୋଦୀଙ୍କୁ ପୁଣି ଥରେ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବା ପାଇଁ ହେବ । ନିର୍ବାଚନର ଏହି ମହାସଂଗ୍ରାମରେ କଠିନ ପରିଶ୍ରମ କରିବା ପାଇଁ ସଂକଳ୍ପ ନେବାକୁ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ଶ୍ରୀ ପ୍ରଧାନ ବିଜେପିରେ ନୂତନ ଭାବେ ଯୋଗଦେଇଥିବା ଯୁବ ନେତା ଆର୍ଯ୍ୟନ ସିହ୍ନାଙ୍କ ସମେତ ଅନେକ ଯୁବ ନେତୃତ୍ୱଙ୍କୁ ସ୍ୱାଗତ କରିଥିଲେ । ସେ କହିଥିଲେ ଆଜିର ମିଶ୍ରଣ ପର୍ବ ଦଳକୁ ଅଧିକ ଶକ୍ତିଶାଳୀ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାର୍ତ୍ତା ଓ ଗରିବକଲ୍ୟାଣକାରୀ ଯୋଜନା ଗୁଡ଼ିକ ଘରେ ଘରେ ପହଞ୍ଚାଇବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
ଦେଶରେ ତୃତୀୟ ଥର ପାଇଁ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ସମସ୍ତେ ମିଳିମିଶି ଦଳ ପାଇଁ କାର୍ଯ୍ୟ କରିବାକୁ ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ମିଶ୍ର ତାଙ୍କର ଉଦବୋଧନରେ କହିଥିଲେ । ସେହିପରି ମୋଦୀ ସରକାରଙ୍କ ସଫଳତା ଓ ନବୀନ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତ କାର୍ଯ୍ୟକର୍ତ୍ତା ଯୋଜନାବଦ୍ଧ ଭାବେ କାର୍ଯ୍ୟ କରନ୍ତୁ ବୋଲି ରେଙ୍ଗାଲି ବିଧାୟକ ଶ୍ରୀଯୁକ୍ତ ନାୟକ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମ ପୂର୍ବରୁ ମାଁ ସମଲେଶ୍ୱରୀ ମନ୍ଦିରରୁ ନିଜର ଶତାଧିକ ଯୁବ ସହଯୋଗୀଙ୍କୁ ଧରି ଏକ ବାଇକ ରାଲିରେ ଆର୍ଯ୍ୟନ ସଭାସ୍ଥଳକୁ ପହଞ୍ଚିଥିଲେ ।
ସୋନପୁର ରେ ଗର୍ଜିଲେ ସାହା
ସୁବର୍ଣ୍ଣପୁର ତା-25-4-24
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗ୍ରସ୍ତ l ମନ୍ଦିର ମାଳିନୀ ସହର ତଥା ଦ୍ଵିତୀୟ ବାରଣାସୀ ସୋନପୁର ର ରାମେଶ୍ୱର ଷ୍ଟାଡିୟମ ଠାରେ ଶ୍ରୀ ସାହା ବିଜୟ ସଂକଳ୍ପ ଯାତ୍ରା ରେ ଯୋଗଦେଇ ସୁବର୍ଣ୍ଣପୁର ରୁ ନିର୍ବାଚନୀ ବିଗୁଲ ବଜାଇଛନ୍ତି l ସେ ଝାରସୁଗୁଡା ରୁ ଏକ ସ୍ୱତନ୍ତ୍ର ହେଲିକ୍ୟାପଟର ଯୋଗେ ଆସି ସ୍ଥାନୀୟ ଅସ୍ଥାଇ ହେଲିପ୍ୟାଡ଼ ରେ ଓ଼ଲ୍ଲାଇ ସଭାରେ ଯୋଗଦେଇଥିଲେ l ସଭାରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ବିକାଶ ମୂଳକ ଯୋଜନା ସମ୍ପର୍କ ରେ ଅବଗତ କରିବା ସହ ରାଜ୍ୟ ସରକାର ଙ୍କ ଉପରେ ବେଶ ବର୍ଷୀଥିଲେ l ଯଦି ଓଡ଼ିଶାରେ ଡବଲ ଇଂଜିନ ସରକାର ହୁଏ ତବେ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରାଯିବ ବୋଲି କହିଥିଲେ l ସଭାରେ ହଜାର ହଜାର ଲୋକ ସମାବେଶ ହୋଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ ରାଜ୍ୟ ସଭାପତି ମନମୋହନ ସାମଲ ସମେତ ରାଜ୍ୟସ୍ତରୀୟ ଏବଂ ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଲୋକସଭା ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାନ ସଭା ପ୍ରାର୍ଥୀ ଯୋଗଦାନ କରି ଡବଲ ଇଂଜିନ ସରକାର ଗଢିବାକୁ ସଂକଳ୍ପ କରିଥିଲେ l
ଦୁଇ ପୁଅଝିଅଙ୍କୁ ମଣିଷ କରିବା ପାଇଁ ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାର ଇଟାଭାଟିରେ ବାପାଙ୍କ ହେଲା ମୃତ୍ୟୁ
ନାବାଳିକା କାମକଲେ ଚୁଲିଜଳେ, ନ ହେଲେ ଉପାସରେ ଦିନବିତେ
ଆହା ବୋଲି କେହି ନାହିଁ କି ସାହା ବୋଲି କେହି ନାହିଁ,
ବେ ସାହାରା ଏବେ ଭାଇ ଭଉଣି
ମାଁ କୁ ଚିହ୍ନିବା ଜାଣିବା ଓ ମାଁ ଡାକ ଦେବା ପୂର୍ବରୁ ଜନ୍ମକଲା ପୁଅଝିଅକୁ ବାପା କୋଳରେ ଛାଡି ଆରପାରିକୁ ଚାଲିଗଲା ମାଁ । ଦୁଇ ପୁଅଝିଅଙ୍କୁ ଲାଳନ ପାଳନ କରିବା ପାଇଁ ମାଁ ଓ ବାପାର ଦାଇତ୍ୱ ତୁଲଉ ଥିଲେ ବାପା । କିନ୍ତୁ ବିଧିର ବିଧାନ ଥିଲା ଅଲଗା । ଦୁଇ ପୁଅଝିଅଙ୍କୁ ମଣିଷ କରିବା ପାଇଁ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇ ଏକ ଇଟାଭାଟିରେ କାମ କରୁଥିବା ବେଳେ ବାପାଙ୍କ ମଧ୍ୟ ମୃତ୍ୟୁ ହେଲା । ମାଁ ଓ ବାପା ଡାକ ଦୁଇପୁଅ ଝିଅ ପାଇଁ ସବୁଦିନ ପାଇଁ ବନ୍ଦ ହୋଇଗଲା । ବର୍ତ୍ତମାନ ଦୁଇ ଭାଇ ଭଉଣୀ ଅନାଥ ଜୀଵନ ଜିଉଁଛନ୍ତି । ଆହା ବୋଲି କେହି ନାହିଁ କି ସାହା ବୋଲି କେହି ନାହିଁ । ନାବାଳିକା କାମକଲେ ଚୁଲିଜଳେ, ନ ହେଲେ ଉପାସରେ ଦିନବିତେ ।କଳାହାଣ୍ଡି ମାନଝରି ଗାଁରୁ ଦେଖିବା ଏହି ରିପୋର୍ଟ ।
କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗାଁର ଉଦ୍ଧବ କାଣ୍ଡ ଓ ମୁକ୍ତା କାଣ୍ଡଙ୍କ ଏକ ସୁଖର ସଂସାର ଥିଲା । ଜମିବାଡ଼ି ନାହିଁ କିମ୍ବା ମଧ୍ୟବିତ୍ତ ପରିବାରର ହୋଇନଥିଲେ ମଧ୍ୟ କୁଳିମଜୁରୀ କରି ଝିଅ ଟୁନି ଓ ପୁଅ ସିଦ୍ଧାନ୍ତଙ୍କୁ ନେଇ ଆଖିରେ କେତେ ଯେ ସ୍ୱପ୍ନ ଦେଖିଥିଲେ । କିନ୍ତୁ ଦିନେ ଏହି ପରିବାର ଉପରେ ଦୁଃଖର ପାହାଡ଼ ଘଟି ଆସିଲା । ଦୁଇ ପୁଅ ଓ ଝିଅଙ୍କୁ ଉଦ୍ଧବଙ୍କ କୋଳରେ ଛାଡି ମାଁ ମୁକ୍ତା ଆରପାରିକୁ ଚାଲିଗଲେ । ସ୍ତ୍ରୀ ର ମୃତ୍ୟୁ ପରେ ଉଦ୍ଧବ ହାର ନ ମାନି ପୁଅ ଝିଅଙ୍କୁ ଲାଳନ ପାଳନ କରିବା ସହିତ ପ୍ରତିପୋଷଣ କରିଆସୁଥିଲେ ।
ଟୁନି ଓ ସିଦ୍ଧାନ୍ତ ମଧ୍ୟ ବାପା ଉଦ୍ଧବ ପାଖରେ ମାଁ ଓ ବାପାର ସ୍ନେହ ପାଇବାରୁ ମାଁକୁ ମଧ୍ୟ ଭୁଲି ଯାଇଥିଲେ । କିନ୍ତୁ ବିଧିର ବିଧାନଥିଲା ଅଲଗା । ଯେହେତୁ ଉଦ୍ଧବଙ୍କୁ ଆବାସ ଯୋଜନାରେ ଘର ଟି ମଧ୍ୟ ମିଳିଲାନି । ଉଦ୍ଧବ ଋଣ କରଜ କରି ଏକ ଘର ତିଆରି କରିଥିବା ବେଳେ ଦୁଇ ପୁଅଝିଅଙ୍କୁ ମଣିଷ କରିବା ପାଇଁ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିଲା । ସେଠାରେ ଏକ ଇଟାଭାଟିରେ କାମ କରୁଥିବା ବେଳେ ଗତ ମାର୍ଚ୍ଚ ୩୧ତାରିଖରେ ଉଦ୍ଧବଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ଠିକାଦାର ଆମ୍ବୁଲାନ୍ସ ଗାଡିରେ ଶବକୁ ଗାଁକୁ ପଠେଇ ଦେଲା ।
ବର୍ତ୍ତମାନ ଟୁନି ଓ ସିଦ୍ଧାନ୍ତ ନାବାଳକ ହୋଇଥିବା ବେଳେ ଜେଜେ ବାପା ମଧ୍ୟ ବୃଦ୍ଧ ବୟସରେ ପକ୍ଷ୍ୟାଘାତ ରୋଗରେ ପୀଡିତ ଅଛନ୍ତି । ଟୁନି ପାଠ ପଢୁନ ଥିବା ବେଳେ ସିଦ୍ଧାନ୍ତ ଗାଁ ସ୍କୁଲରେ ବର୍ତ୍ତମାନ ଅଷ୍ଟମ ଶ୍ରେଣୀରେ ଆଧ୍ୟୟନ କରୁଛନ୍ତି । ନାବାଳିକା ଟୁନି କାମ କଲେ ଘର ଚଳେ ନ ହେଲେ ଭୋକ ଉପାସରେ ଦିନ କଟେ । ତେଣୁ ତୁରନ୍ତ ଦୁଇ ଅନାଥ ଭାଇ ଭଉଣୀଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।
ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ
ବୌଦ୍ଧ:(ଜନମୁଖ) ମାଓବାଦୀ ଯୋଜନା କୁ ପଣ୍ଡ କଲା ବୌଦ୍ଧ ପୋଲିସ l ନିର୍ବାଚନ ରେ ଘଟାଇଥାନ୍ତେ ବଡ ଘଟଣା l ମାଓବାଦୀ ଙ୍କ TCOC ମାସ ରେ ଏକାଠି ହୋଇଥିଲେ ପ୍ରାୟ ୫୦ ରୁ ୬୦ ମାଓବାଦୀ l ଚାଲିଥିଲା ବଡ ଯୋଜନା l ପଣ୍ଡ କଲା ବୌଦ୍ଧ ପୋଲିସ l ବୌଦ୍ଧ କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ଅନ୍ତର୍ଗତ ପାଢେଲ ଡ୍ୟାମ ନିକଟ ଜଙ୍ଗଲ ରେ ମାଓବାଦୀ ଓ ସୁରକ୍ଷା କର୍ମୀ ଙ୍କ ସହ ଗୁଳିବିନିମୟ l ସୁରକ୍ଷା ବାହିନୀ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ l ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ଲଗାତାର ଭାବେ ମାଓ ଦମନ ଅପରେସନ ଜାରି ରହିଛି l ତେବେ ଗତ କିଛିଦିନ ହେଲା ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଆଜି ସକାଳ ୭ ଟାରେ DVF, BSF ଓ SOG ଯବାନଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ କଣ୍ଟାମାଳ ଥାନା ପାଢେଲ ଡ୍ୟାମ ନିକଟ ଜଙ୍ଗଲ ରେ ମାଓବାଦୀ ମାନେ ହଠାତ ପୋଲିସ ଉପରକୁ ଗୁଳି ଚଳାଇଥିଲେ l ଏନେଇ ପୋଲିସ ପକ୍ଷରୁ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦିଆଯାଇଥିଲେ ବି ମାଓବାଦୀ ମାନେ ଲଗାତାର ଗୁଳି ଚଳାଇଥିଲେ l ଏହାର ପ୍ରତିବାଦରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚଳାଇଥିଲେ l ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ପ୍ରାୟ ଦୁଇ ଘଣ୍ଟା ଗୁଳିବିନିମୟ ହୋଇଥିବା ବେଳେ ସୁରକ୍ଷା ବାହିନୀ ଗୁଳିରେ ୨ ଜଣ ମାଓବାଦୀ ମୃତ୍ୟୁ ହୋଇଛନ୍ତି l ମୃତକ ମାଓବାଦୀ ଦ୍ବୟ ଅଷ୍ଟମ କମ୍ପାନୀର ସଦସ୍ୟ ହୋଇଥିବା ବେଳେ ସୁନୀଲ ନାମକ ମାଓବାଦୀ ଜଣଙ୍କ ଛତିଶଗଡ ସୁକୁମା ଓ ସନ୍ତୁ ନାମକ ମାଓବାଦୀ ହେଲା ଛତିଶଗଡ଼ ବିଜପୁର ଅଞ୍ଚଳର ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଏକାଧିକ ମାଓବାଦୀ ପୋଲିସ ଗୁଳିରେ ଆହତ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା l ଏଥିସହିତ ଏକ ମାଓକ୍ୟାମ୍ପ ଠାବ ସହ ଧ୍ୱଂସ ହୋଇଥିବା ବେଳେ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି l ଗୋଟିଏ ରାଇଫଲ, BGL Round- ୧୭ ଟି, ହାତ ତିଆରି ବୋମା ୫ଟି , ଫ୍ଲାସ ଲାଇଟ ଆଂପ୍ଲି ଫାୟାର ୨ଟି , IEDs ୬ ଟି ଇଲେକ୍ଟ୍ରିକ ତାର, ଆଦି ବିସ୍ଫୋରକ ସାମଗ୍ରୀ ଓ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ l ତେବେ ବର୍ତ୍ତମାନ ବି ସର୍ଚ୍ଚ ଅପରେସନ ଚାଲିଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି l ହେଲେ ଏ ପର୍ଯେନ୍ତ ଜଙ୍ଗଲ ରେ ସର୍ ଅପେସନକ ଜାରି ରହିଥିବା ବେଳେ ଏବେ ବି ଆଉ କମ୍ବିନ ଜାରି ରହିଥିବା ସୂଚନା l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଜନମୁଖ ନ୍ୟୁଜ୍
ଦିର୍ଘ ଦିନ ପରେ ରେଢ଼ାଖୋଲ ପୁଲିସ ମିଳିଛି ଏକ ସଫଳତା-
ଦିନରେ ରଂଙ୍ଗ ମିସ୍ତ୍ରୀ-
ରାତିରେ ଚୋରି-
ଖୁସି ମୋବାଇଲ ଦୋକନା ପଛକାନ୍ଥ ଖୋଳି ମୋବାଇଲ ଚୋରି ଘଟଣାରେ
ଚୋରି ହୋଇଥିବା ୧୨ଟି ମୋବାଇଲ ସହ ଚୋରି ବ୍ୟବହୃତ ଗଇଁତି ଜବତ,
ଶଳା ଭିଣୋଇଙ୍କ ସହ ଜଣେ ନାବାଳକ ଗିରଫ ।
ରେଢାଖୋଲ,୨୭/୪(ଜନମୂଖ):ରେଢାଖୋଲ ସହରରେ ଗତ କିଛି ବର୍ଷ ହେବ ପଶ୍ଚିମ ବଙ୍ଗ ସମେତ ବିଭିନ୍ନ ଅଂଚଳରୁ ବହୁ ଶ୍ରମିକ ଆସି ବିଭିନ୍ନ ନିର୍ମାଣକାର୍ଯ୍ୟ କରି ଆସୁଛନ୍ତି।କିଏ ରଙ୍ଗମିସ୍ତ୍ରୀ ଆଉ କିଏ ରାଜ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।ଏମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଦିନବେଳା ରଙ୍ଗମିସ୍ତ୍ରୀ ଏବଂ ଆଉକିଛି ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ରାତିରେ ଚୋରି କାର୍ଯ୍ୟରେ ଲିପ୍ତ ରହିଆସୁଥିବା ସ୍ପଷ୍ଟ ହୋଇଯାଇଛି। ଏମାନେ ସୁଯୋଗ ନେଇ ସହରର ଉପାନ୍ତ ସାହି ମାନଙ୍କର ଘର ଓ ବିଭିନ୍ନ ଦୋକାନରୁ ଚୋରି କରି ଚାଲିଥିଲେ।ହେଲେ ଦିର୍ଘ ଦିନର କସରତ ପରେ ରେଢାଖୋଲ ପୁଲିସ ଏକ ମୋବାଇଲ ଦୋକାନ ଚୋରି ଅଭିଯୋଗରେ ତଦନ୍ତ କରି ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି।ସୁଚନା ମତେ ଗତ ମାର୍ଚ୍ଚ ମାସ ୨୦ ତାରିଖ ରାତିରେ ଖୁସି ମୋବାଇଲ ଦୋକାନର ପଛପଟକାନ୍ଥକୁ ଖୋଳି ଏକ ବଡ଼ କଣାକରି ଲକ୍ଷାଧିକ ଟଙ୍କା ମୁଲ୍ୟର ବିଭିନ୍ନ କଂପାନୀର ମୋବାଇଲ ଚୋରି କରିନେଇଥିଲେ। ଏନେଇ ଦୋକାନ ମାଲିକ ସୌମେନ୍ଦ୍ର ପଣ୍ତା ଥାନାରେ ମାର୍ଚ୍ଚ ୨୧ ତାରିଖ ଲିଖିତ ଭାବେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିବା ସହିତ ସମ୍ବଲପୁୁରୁ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଆଣି ତଦନ୍ତ ଜାରି ରଖିଥିଲା।
ପ୍ରକାଶ ଥାଉ କି ଏହି ଦୋକାନରୁ ପୂର୍ବରୁ ଥରେ ନୁହେଁ ତିନିତିନ ଥର ଚୋରି ହୋଇଥିଲା।ଗତ ୨୦୨୩ ଅକ୍ଟୋବର ୩୦ ତାରିଖରେ ପୁରୁଣା ଖୁସି ମୋବାଇଲ ଦୋକାନର ଆଜବେଷ୍ଟସ ଫାଡି ମୋବାଇଲ ଚୋରି ହୋଇଥିବା ବେଳେ ପୁଣି ୨୦୨୩ ଡିସେମ୍ବର ୧୯ ତାରିଖ ରାତିରେ ସମାନ ଢଙ୍ଗରେ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା। କେତେବେଳେ ଆଜବେଷ୍ଟସ ଫାଡି ତ କେତେବେଳେ ଦୋକାନର ପଛପଟକାନ୍ଥ କଣାକରି ଖୁସି ମୋବାଇଲ ଦୋକନାରୁ ଚୋରମାନେ ଚୋରି ଚାଲିଥିଲେ।ହେଲେ ପୁଲିସ ଚୋରି ଘଟଣାରେ କାହାରିକୁ ଗିରଫ କରି ନଥିଲା କି କିଛି ଚୋରି ସାମଗ୍ରୀ ଉଦ୍ଧାର କରି ପାରି ନଥିଲା।
ତେବେ ବିଳମ୍ବରେ ହେଉ ପଛେ ପୁଲିସକୁ କିଛିଟା ସଫଳତା ମିଳିଛି।ଏଘଟଣାରେ ରେଢାଖୋଲ ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଦୁଇଜଣ ମୋବାଇଲ ଚୋର ନାବାଳକଙ୍କୁୁ ଗିରଫ କରି ତାଙ୍କ ନିକଟରୁ ବିଭିନ୍ନ କଂପାନୀର ୧୨ ଟି ମୋବାଇଲ ଏକ ଗଇତି ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସୁନ୍ଦରଗଡ ଜିଲ୍ଲା ରାଉରକେଲା ୟୁନିଟ୨୧ ପ୍ଲାଣ୍ଟ ସାଇଟ ଥାନା ନୟାବଜାର ର ସୁନିଲ ମୁଣ୍ତା ଓରଫ ହଗରା(୧୯) ଓ ଅନ୍ୟଜଣକ ହେଲେ ଏହି ଜିଲ୍ଲା ରାଉରକେଲାର ଓଏସପିଏ ୟୁନିଟ ୨୧ ପ୍ଲାଣ୍ଟ ସାଇଟ ଥାନା ନୟାବଜାର ବିକ୍ରମ ଡଙ୍ଗ(୩୭)। ସୁଚନା ମତେ ବିକ୍ରମ ଡଙ୍ଗ ଗତ ୨୦୧୮ ମସିହାରୁ ରାଉରକେଲାରୁ ଆସି ରେଢାଖୋଲ ସହର ଆଦର୍ଶନଗରରେ ରହି ରଙ୍ଗମିସ୍ତ୍ରୀ ଭାବେ ସହର ସମେତ ବିଭିନ୍ନ ଅଂଚଳରେ କାମ କରୁଥିଲେ।ରଙ୍ଗ କାମ କରିବା ସମୟରେ ତାଙ୍କ ଶଳା ସୁନିଲ ଓ ଜନୈକ ନାବାଳକ ଆସି ତାଙ୍କୁ ସାହାଯ୍ୟ କରୁଥିଲେ। ସୁବିଧା ସୁଯୋଗ ଦେଖି ବିଭିନ୍ନ ଅଂଚଳରୁ ଚୋରି କରିଆସୁଥିଲେ। ହେଲେ ଖୁସି ମୋବାଇଲ ଦୋକାନରୁ ଚୋରି କରିବା ସେମାନଙ୍କୁ ମହଙ୍ଗା ପଡିଥିଲା।ପୁଲିସ ଏହି ଘଟାଣାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିବା ସହ ଗତ କାଲି ଅଭିଯୁକ୍ତ ମାନଙ୍କୁ ଗିରଫ କରି ତାଙ୍କ ସେମାନଙ୍କ ପାଖରୁ ବିଭିନ୍ନ କମ୍ପାନୀର ୧୨ଟି ମୋବାଇଲ ଓ ଚୋରିରେ ବ୍ୟବହୃତ ଗଇଁତି ଜବତ କରିଥିଲା। ରେଢାଖୋଲ ଥାନା କେସନଂ ୮୧ ଦଫା ୪୫୭/୩୮୦ ଦଫାରେ ଅଭିଯୁକ୍ତ ମାନଙ୍କୁ ଅଦାଲତ କରାଯାଇ ଥିବାବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ଥାନା ଅଧିକାରୀ ସବିତାଲତା ସେଠୀ ସୁଚନା ଦେଇଛନ୍ତି।
We use cookies to analyze website traffic and optimize your website experience. By accepting our use of cookies, your data will be aggregated with all other user data.